ଗୋଲ୍ଡ ଲୋନ ସଂସ୍ଥାରୁ ଡ଼କାୟତି ଉଦ୍ୟମ, ୩ କର୍ମଚାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର : ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ରୋଡ଼ରେ ଥିବା ଆଇଆଇଏଫଏଲ ଗୋଲ୍ଡ ଲୋନ ସଂସ୍ଥାରୁ ଦୁର୍ବୃତ୍ତମାନେ ବୁଧବାର ଡ଼କାୟତି କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଡ଼କାୟତି ଉଦ୍ୟମ ବିଫଳ ହେବା ପରେ ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆହତ କର୍ମଚାରୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଟଙ୍କା ଓ ସୁନା ମାଗିଥିଲେ। ମାତ୍ର ଏଥିରେ ବିଫଳ ହୋଇଥିଲେ। ବୈଦ୍ୟନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.