ନଦୀରେ ଭାସିଯାଇ ନାବାଳିକା ନିଖୋଜ

ବ୍ରହ୍ମପୁର : ବ୍ରହ୍ମପୁର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁରେ ଏକ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ଋଷିକୁଲ୍ୟା ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖୁଦୁରୁକୁଣି ପୂଜା ପାଇଁ ପାଣି ଆଣିବାକୁ କିଛି ଝିଅ ଯାଇଥିଲେ । ପାଣି ଆଣିବା ବେଳେ ୩ ଜଣ ଝିଅ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ନାବାଳିକାକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି।

Comments are closed.