ବ୍ରହ୍ମପୁରରେ ସିରିଜ ଏଟିଏମ୍‍ ଲୁଟ

0

ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ୮ଟି ଏସ.ବି.ଆଇ ଏଟିଏମରରୁ ଲୁଟ ଉଦ୍ୟମ ହୋଇଛି। ଗୋପାଳପୁର ଜଂଗସନ ରୋଲାଣ୍ଡ କଲେଜ ନିକଟରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୃତ୍ତମାନେ ସିସିଟିଭି ଭାଙ୍ଗିନେଇ ଯାଇଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଠାରେ ଥିବା ଏସବିଆଇ ଏଟିଏମକୁ ପୋଡି ଟଙ୍କା ଭର୍ତ୍ତି ଟ୍ରେକୁ ଲୁଟି ନେଇଛନ୍ତି । ସେପଟେ ବିଏନପୁର ଥାନା ଅନ୍ତର୍ଗତ ଆଙ୍କୁଲି ଏଟିଏମକୁ ମଧ୍ୟ ଗ୍ୟାସ୍ କଟରରେ କାଟି ଲୁଟେରା ଟଙ୍କା ଲୁଟିନେଇଛନ୍ତି । ଖବର ପାଇ ଗୋଳନ୍ଥରା ଥାନା ପୁଲିସ, ବିଏନପୁର ଓ ଗୋପାଳପୁର ଥାନା ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ମିଳିତ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply