ଓଡିଶା ରାଜସ୍ବ ସେବା ସଂଘର ଜରୁରୀକାଳୀନ ଅଧିବେଶନ

0

ବ୍ରହ୍ମପୁର : ଆଜି ଓଡିଶା ରାଜସ୍ବ ସେବା ସଂଘ, ଗଂଜାମ ଶାଖାର ଏକ ଜରୁରୀକାଳୀନ ଅଧିବେଶନ ଗୋପାଳପୁର ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଂଘର ଗଂଜାମ ଶାଖାର ନୂତନ କାର୍ୟ୍ୟକର୍ତ୍ତାଙ୍କୁ ନିର୍ବାଚିତ କରାଯାଇଥିଲା । ଏଥିରେ ସଭାପତି ଭାବେ ଶ୍ରୀ ରାଜ କିଶୋର ପଟନାୟକ; ଉପ ସଭାପତି ଭାବେ ଶ୍ରୀମତି ଛବିରାଣୀ ସାହୁ; ସମ୍ପାଦକ ଭାବେ ଡ଼. ଶକ୍ତି ପ୍ରସାଦ ଶ୍ରୀଚନ୍ଦନ; କୋଷାଧ୍ୟକ୍ଷ ଭାବେ ଶ୍ରୀ ସୌଭାଗ୍ୟ ଗୌଡ଼; ବ୍ରହ୍ମପୁର ସବ ଡିଭିଜନ ର ସଂଯୋଜକ ଭାବେ ଶ୍ରୀ ରବୀନ୍ଦ୍ର ମିଶ୍ର; ଛତ୍ରପୁର ସବ ଡିଭିଜନର ସଂଯୋଜକ ଭାବେ ଶ୍ରୀ ଶୁଭେନ୍ଦୁ କୁମାର ସାହୁ; ଭଞ୍ଜନଗର ସବ ଡିଭିଜନ ର ସଂଯୋଜକ ଭାବେ ଶ୍ରୀ କୁରେଶ କୁମାର ଜାନୀ ଙ୍କୁ ନିର୍ବାଚିତ କରାଯାଇଛି । ବୈଠକରେ ସଂଘର ରାଜ୍ୟ କାର୍ୟ୍ୟକାରିଣୀ ଦ୍ୱାରା ସରକାରଙ୍କ ପାଖରେ ରଖା ଯାଇଥିବା ବିଭିନ୍ନ ଦାବି ପ୍ରତି ସମର୍ଥନ ଜଣାଯିବା ସହିତ ୨୫ ଜୁନରୁ କଳା ବ୍ୟାଜ ପରିଧାନ ଓ ୨ ଜୁଲାଇରୁ ସାମୁହିକ କାର୍ୟ୍ୟବନ୍ଦ ପାଇଁ ନିଆ ଯାଇଥିବା ନିଷ୍ପତ୍ତିକୁ ପୁର୍ଣ୍ଣ ସମର୍ଥନ ଦିଆଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା ।

Leave A Reply