ଆସନ୍ତାକାଲିଠାରୁ ଗଞ୍ଜାମ ଜିଲାରେ ବନ୍ଦ ରହିବ ବସ୍ ଚଳାଚଳ

ଗଞ୍ଜାମ : ଆସନ୍ତାକାଲି(ବୁଧବାର) ଠାରୁ ଗଞ୍ଜାମ ଜିଲାରେ ବସ୍ ଚଳାଚଳ ବନ୍ଦ ରହିବ। ଅନର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରଖିବା ପାଇଁ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯୋଇଛି। ପ୍ରଶାସନ ସହ ଆଲୋଚନା ବିଫଳ ହେବାପରେ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି।

ଉଲ୍ଲେଖ ଯୋଗ୍ୟ, ମଙ୍ଗଳବାର ସକାଳୁ ବ୍ରହ୍ମପୁର ସହରରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିଲା । ବସ୍ ବନ୍ଦ ଯୋଗୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହର ଭିତରେ ଥିବା ନୂଆ ବସଷ୍ଟାଣ୍ଡର ମରାମତି ସକାଶେ ସମସ୍ତ ଯାତ୍ରୀବାହୀ ବସ ନବନିର୍ମିତ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରିବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା । ହେଲେ ଏହି ନିଷ୍ପତ୍ତିକୁ ଗଞ୍ଜାମ ଜିଲା ଘରୋଇ ବସ ମାଲିକ ସଙ୍ଘ ବିରୋଧ କରିବା ସହ ଆଜିଠାରୁ ସମସ୍ତ ବସ ଚଳାଚଳ ବନ୍ଦ କରିଦେଇଥିଲେ । ଫଳରେ ବ୍ରହ୍ମପୁରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ପ୍ରାୟ ୪୫୦ ବସ ଅଟକି ରହିଥିଲା ।

Comments are closed.