୨୦୧୯ରୁ ବେଙ୍ଗାଲୁର ବିମାନ ବନ୍ଦରରେ  ବାୟୋମେଟ୍ରିକ ଟିକେଟ

0

ବେଙ୍ଗାଲୁର . –  ବେଙ୍ଗାଲୁର ବିମାନ ବନ୍ଦର ଯାତ୍ରୀମାନଙ୍କ ପାଇଁ ଏକ ନୂଆ ସୁବିଧା ଯୋଗାଇ ଦେବାକୁ ଯାଉଛି । କାଗଜ ହେଉ କି ଅନ୍ୟ କୌଣସି ଛପା ଟିକେଟ୍‌ ବିନା ଯାତ୍ରୀମାନେ ଯାତ୍ରା କରି ପାରିବେ ।  କାଗଜର ବ୍ୟବହାର କମ୍‌ କରିବାପାଇଁ ଏପରି ବ୍ୟବସ୍ଥା କରାଯାଉଛି ।

ବାୟୋମେଟ୍ରକ ସିଷ୍ଟମରେ ଯାତ୍ରୀମାନେ ଆଧାର ନମ୍ବର ଓ ଫୋନ୍‌ ନମ୍ବର ସଂଯୋଗ କରିବା ପରେ ଏହି ସୁବିଧା ପାଇ ପାରିବେ । ବେଙ୍ଗାଲୁର ବିମାନ ବନ୍ଦରକୁ  ଭବିଷ୍ୟତର ଏକ ଉନ୍ନତ ବିମାନ ବନ୍ଦର ଭାବେ  ତିଆରି କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ବୋଲି ଜଣା ପଡିଛି । ସରକାରଙ୍କର ଡିଜିଯାତ୍ରା ପ୍ରକଳ୍ପକୁ ସଫଳ କରିବା ପାଇଁ  ବେଙ୍ଗାଲୁର ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ସୁବିଧାକୁ ଯାତ୍ରୀଙ୍କ ପାଇଁ ଉପଲ୍ବଧ କରିବାକୁ ଯାଉଛନ୍ତି । ଯାତ୍ରୀମାନଙ୍କ ମୁହଁ କୁ ବାୟୋମେଟ୍ରିକ ଯନ୍ତ୍ରମାନଙ୍କରେ ସ୍କାନ କରାଯିବ । ବୋର୍ଡିଂ ପାସ୍‌ , ପାସପୋର୍ଟ ସହ ଅନ୍ୟ ପ୍ରମାଣପତ୍ରକୁ ବରମ୍ବାର ଦେଖାଇବା ଆବଶ୍ୟକ ହେବ ନାହିଁ ।

ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ବିଜନ ବକ୍ସ ବାୟୋମେଟ୍ରିକ ସହ ବୁଝାମଣା କରିଛନ୍ତି । ୨୦୧୯ରୁ ଏହାକୁ କାର୍ଯ୍ୟକାରୀ କରାଯିବା ବୋଲି ବେଙ୍ଗାଲୁର ବିମାନ ବନ୍ଦରର ପରିଚାଳନା ନିର୍ଦେଶକ ହରି ମରାର୍‌ ସୂଚନା ଦେଇଛନ୍ତି ।

Leave A Reply