ଚା’ କରିସାରି ଫିଙ୍ଗି ଦେଉଛନ୍ତି କି ଟି-ବ୍ୟାଗ୍? ଜାଣନ୍ତୁ ଏହା କେତେ ଉପକାରୀ

ସାଧାରଣତଃ ଆପଣ ବହୁବାର ବିଶେଷ କରି ଯାତ୍ରା ସମୟରେ ଚା’ ପିଇବା ପାଇଁ ଟି-ବ୍ୟାଗ୍‌ର ବ୍ୟବହାର କରିଥିବେ। ବ୍ୟବହାର ପରେ ଆପଣ ଏହାକୁ ଫୋପାଡ଼ି ଦେଉଥିବେ। ହେଲେ କ’ଣ ଆପଣ ଜାଣନ୍ତି, ଚା’ ପିଇ ସାରିବା ପରେ ଅଦରକାରୀ ଭାବି ଫୋପାଡ଼ି ଦେଉଥିବା ଏହି ଟି-ବ୍ୟାଗ୍ ଆମର କେତେ ଉପକାର କରିଥାଏ? ଚା’ ତିଆରିରେ ବ୍ୟବହୃତ ଟି-ବ୍ୟାଗ୍ କୁଣ୍ଡେଇ ହେବା, ରାମ୍ପୁଡ଼ି ହେବା, କ୍ଷତ, ଜଳାପୋଡ଼ା ଆଦି ସମସ୍ୟାରୁ ଉପଶମ ଦେବାରେ ବିଶେଷ ଭାବେ ସହାୟକ ହୋଇଥାଏ। ଟି-ବ୍ୟାଗ୍ରେ ଆଣ୍ଟି-ଅକ୍ସିଡାଣ୍ଟ୍, ଫ୍ଲାଭୋନଏଡ୍ସ, ଟାନିନ୍ସ, ପୋଲିଫେନୋଲ୍ସ, ଆଣ୍ଟି-ଇନ୍‌ଫ୍ଲାମେଟୋରି ଏବଂ ଆଣ୍ଟି-ସେପ୍ଟିକ୍ ଆଦି ଗୁଣ ରହିଥିବାରୁ ଏହାଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଟି-ବ୍ୟାଗ୍‌କୁ କିପରି ବ୍ୟବହାର କଲେ କି ଲାଭ ମିଳିବ –

-ସୂର୍ଯ୍ୟକିରଣରେ ପ୍ରଭାବିତ ସ୍ଥାନ କିମ୍ବା କୌଣସି ପ୍ରକାରର ଜଳାପୋଡ଼ା ହେଲେ ଏହାକୁ ଦୂର କରିବା ପାଇଁ ଟି-ବ୍ୟାଗ୍ ବହୁତ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ପ୍ରଥମେ ଟି-ବ୍ୟାଗକୁ ଗରମ ପାଣିରୁ ବାହାର କରି ଥଣ୍ଡା ହେବା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଏହାପରେ ପ୍ରଭାବିତ ସ୍ଥାନରେ ଲଗାଇ କିଛି ସମୟ ସେଠାରେ ରଖି ଦିଅନ୍ତୁ।
-ରାମ୍ପୁଡ଼ି ହେଲେ କିମ୍ବା କୁଣ୍ଡେଇ ହେଲେ ବହୁତ ରକ୍ତ ବାହାରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଟି-ବ୍ୟାଗ୍ ବ୍ୟବହାର କରିପାରିବେ। ଏହା ତ୍ୱଚାରେ ହୋଇଥିବା ରାମ୍ପୁଡ଼ା ଚିହ୍ନକୁ ବହୁତ ଜଲଦି ଠିକ୍ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଟାନିନ୍ କ୍ଷତରୁ ବାହାରୁଥିବା ରକ୍ତ ପ୍ରବାହକୁ ରୋକିଥାଏ।
-ଦାନ୍ତମାଢ଼ିରୁ ରକ୍ତ ବାହାରିଲେ, ଆପଣ ଦାନ୍ତମାଢ଼ି ଉପରେ ଥଣ୍ଡା ଟି-ବ୍ୟାଗକୁ କିଛି ସମୟ ରଖନ୍ତୁ। ଏହାଦ୍ୱାରା ରକ୍ତ ବାହାରିବା ବନ୍ଦ ହୋଇଯିବ ଏବଂ ଫୁଲା ମଧ୍ୟ କମିଯିବ।
-ଟି-ବ୍ୟାଗରେ ଥିବା ଟାନିକ୍ ଏସିଡ୍ ଦ୍ବାରା ଭାତୁଡ଼ି ଭଲ ହୋଇଯାଇଥାଏ। ଏହାକୁ ନିୟମିତ ବ୍ୟବହାର କଲେ ଭାତୁଡ଼ି ଶୀଘ୍ର ଶୁଖିଯାଏ। ଏଥିପାଇଁ ଆପଣ ଗରମ ଟି-ବ୍ୟାଗକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଭାତୁଡ଼ି ଉପରେ ରଖନ୍ତୁ।
-ଆଖି ତଳ ଫୁଲା କମିବା ପାଇଁ ପ୍ରଥମେ ଟି-ବ୍ୟାଗ୍‌କୁ ଗରମ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ସାମାନ୍ୟ ଥଣ୍ଡା ହେବା ପରେ ଏହାକୁ ଦୁଇ ଆଖି ଉପରେ ଅତି କମ୍‌ରେ ୨୦ ମିନିଟ୍ ଯାଏ ରଖନ୍ତୁ। ଏମିତି କଲେ ଫୁଲା କମିଯିବ।

Comments are closed.