ପ୍ରତିଦିନ ସକାଳେ ଗଜା ମୁଗ ଖାଇବାର ଉପକାରିତା

0

ପ୍ରତିଦିନ ଆମେ ଖାଉଥିବା ଖାଦ୍ୟ ପାଟିକୁ ସୁସ୍ବାଦୁ ଲାଗିଥାଏ କିନ୍ତୁ ସେଥିରୁ ଶରୀରକୁ ଆବଶ୍ୟକ ପରିମାଣର ଭିଟାମିନ ଓ ମିନେରାଲ୍ସ ମିଳି ନ ଥାଏ। ଏହାଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ପୋଷକ ‌ଯୋଗାଇବା ପାଇଁ ଗଜା ମୁଗ ଖାଇବା ଉଚିତ। ଏଥରେ ପ୍ରୋଟିନ, ମିନେରାଲ୍ସ ଓ ଭିଟାମିନ ଭରପୂର ମାତ୍ରାରେ ରହିଛି। ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେ ସବୁ କ’ଣ ..
ପ୍ରତିଦିନ ସକାଳୁ ଗଜା ମୁଗ ଖାଇବା ଦ୍ବାରା ପାଚନ କ୍ରିୟା ସଠିକ ଭାବେ ହୋଇଥାଏ। ଏହା ଖାଦ୍ୟକୁ ସଠିକ ଭାବେ ହଜମ କରାଇବାରେ ମଧ୍ୟ ସହାୟକ ହୋଇଥାଏ। ଏହାସହ ବୃକକ୍‌ ସମସ୍ୟା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଗଜା ମୁଗରେ ଭିଟାମିନ-ସି, ବି ଏବଂ ଇ ରହିଛି। ଏହାସହ ମ୍ୟାଗ୍ନେସିୟମ, କପର, ଫାଇବର, ପୋଟାସିୟମ ଓ ଆଇରନ ରହିଛି।
ରକ୍ତଚାପ ଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ନିୟମିତ ଭାବେ ଗଜା ମୁଗ ଖାଇବା ଉଚିତ। କାରଣ ଗଜା ମୁଗରେ ସୋଡିୟମ ନ ଥିବାରୁ ତାହା ରକ୍ତ ଚାପ ଓ କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରିତ କରି ରଖିଥାଏ।
ଗଜା ମୁଗ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ଗଜା ମୁଗରେ ଫାଇବର ରହିଥିବାରୁ ତାହା ହଜମ କ୍ରିୟାକୁ ସଠିକ ଭାବେ କରିଥାଏ।

Leave A Reply