କ୍ଷୀରରେ ମିଶାଇ ପିଅନ୍ତୁ ଏହି ୨ଟି ଜିନିଷ: ମୂଳରୁ ନାଶ ହେବ ଅନେକ ରୋଗ

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, କ୍ଷୀର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ହେଲେ ଏପରି କିଛି ଜିନିଷ ଅଛି, ଯାହାକୁ କ୍ଷୀରରେ ମିଶାଇ ପିଇବା ଦ୍ବାରା ଏହାର ଲାଭ ଦୁଇ ଗୁଣା ହୋଇଯାଏ। ସେହିପରି ଦୁଇଟି ଜିନିଷ ହେଉଛି ଜୀରା ଓ ଗୋଲମରିଚ। ଏହାକୁ କ୍ଷୀରରେ ପକାଇ ପିଇବା ଦ୍ବାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଏହା ବିଶେଷ କରି ଶରୀରରେ ଲୋହିତ ରକ୍ତ କଣିକାକୁ ସୁସ୍ଥ ରଖି ରକ୍ତର ଅଭାବକୁ ପୂରଣ କରିଥାଏ। ତେବେ ଆସନ୍ତୁ ଜାଣିବା ଜୀରା ଓ ଗୋଲମରିଚ ମିଶା କ୍ଷୀର ପିଇବା ଦ୍ବାରା ଆମର ଆଉ କ’ଣ ସବୁ ଉପକାର ହୋଇଥାଏ –

-ଜୀରା ଏବଂ ଗୋଲମରିଚ ମିଶ୍ରିତ କ୍ଷୀର ପିଇବା ଦ୍ବାରା ହଜମ କ୍ରିୟା ସୁଧାରି ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
-ଏହା ମସ୍ତିଷ୍କରୁ ଚାପ ଦୂର କରିଥାଏ ଏବଂ ଆରାମ ଦେଇଥାଏ। ଏହାକୁ ପିଇବା ଦ୍ବାରା ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ଦୂର ହୋଇଥାଏ।
-ଏହି କ୍ଷୀର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଥଣ୍ଡା, ଜ୍ୱରରୁ ମୁକ୍ତି ଦେବାରେ ଏହା ସହାୟକ ହୋଇଥାଏ।
-ଏହାକୁ ପିଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ। ଏହାସହିତ ଶରୀରର ଯନ୍ତ୍ରଣାରୁ ଉପଶମ ମିଳିଥାଏ।
-ଜୀରା ଏବଂ ଗୋଲମରିଚ ମିଶା କ୍ଷୀର ଶରୀରରୁ ଆର୍ବଜନା ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ।
-କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

Comments are closed.