ଅନେକ ରୋଗ ଦୂର କରେ କଲରା

0

କଲରା ଏକ ସ୍ବାସ୍ଥ୍ୟପଯୋଗୀ ପରିବା। ଏହାର ସ୍ବାଦ ପିତା ହୋଇଥିବା କାରଣରୁ ଏହାକୁ ବହୁ ଲୋକେ ଖାଇବାକୁ ପସନ୍ଦ କରିନଥାଆନ୍ତି। ହେଲେ ପାଟିକୁ ସୁସ୍ବାଦୁ ନଲାଗିଲେ ମଧ୍ୟ କଲରାରେ ବହୁ ଔଷଧୀୟ ଗୁଣ ରହିଛି। ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କଲରା ଖାଇବା ଦ୍ୱାରା ଆମ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ –

କଲରାରେ ଫାଇବର ରହିଛି। ତେଣୁ କଲରା ରସକୁ ପିଇବା ଦ୍ବାରା ବହୁତ ସମୟ ପର୍ୟ୍ୟନ୍ତ ଭୋକ ଲାଗେ ନାହିଁ ଓ ଏହାଦ୍ବାରା ଶରୀରର ଓଜନ ମଧ୍ୟ କମ୍‌ ହୋଇଥାଏ। କଲରାରେ ଖାଇବା ଦ୍ବାରା ରକ୍ତ ସଞ୍ଚାଳନ ସକ୍ରିୟ ହୋଇଥାଏ। ହୃଦ୍ ଜନିତ ସମସ୍ୟାରୁ ମଧ୍ୟ କଲରା ରକ୍ଷା କରିଥାଏ।

ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଲରା ଖାଆନ୍ତୁ କିମ୍ବା କଲରା ପତ୍ରକୁ ପାଣିରେ ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ। ଯଦି ଆପଣଙ୍କର ପାଚନ ଶକ୍ତି ଦୁର୍ବଳ ଅଛି ତେବେ କଲରା ଖାଆନ୍ତୁ। ଏହାଦ୍ବାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ। କଲରାରେ ଅଧିକ ପରିମାଣରେ କ୍ୟାଲ୍‌ସିୟମ ଥାଏ, ଯଦ୍ୱାରା ହାଡ଼ ମଜବୁତ୍‌ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ କଲରା ଏକ ମହୌଷଧୀ ପରି କାମ କରିଥାଏ।

Leave A Reply