ଫିଟିକିରିର ବ୍ୟବହାରରେ ଦୂର ହୁଏ ଅନେକ ସମସ୍ୟା

0

ସାଧାରଣତଃ ଆମ ମଧ୍ୟରୁ ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ଫିଟିକିରି ଉପଲବ୍ଧ ଥାଏ। ବହୁତ ଆଗରୁ ଏହାର ବ୍ୟବହାର ହୋଇଆସୁଛି। ହେଲେ ଏହାର ଏପରି କିଛି ଉପକାରୀ ଗୁଣ ରହିଛି ଯାହା ଖୁବ୍ କମ୍ ଲୋକଙ୍କୁ ଜଣା। ତେବେ ଚାଲନ୍ତୁ ଜାଣିବା ଫିଟିକିରିର ଉପକାରୀ ଗୁଣ ବିଷୟରେ –

-ବେଳେବେଳେ ଆମକୁ ଗଭୀର ଆଘାତ ଲାଗିଥିଲେ ରକ୍ତ ବୋହିବା ଆରମ୍ଭ ହୋଇଯାଇଥାଏ। ଯଦି ରକ୍ତ ବେଶୀ ବୋହିଯାଇଥିବ ତେବେ ବ୍ୟକ୍ତିର ଜୀବନ ମଧ୍ୟ ଚାଲିଯାଇପାରେ। ଫିଟିକିରିକୁ ଆଘାତ ଲାଗିଥିବା ସ୍ଥାନରେ ଘଷିଲେ ସହଜରେ ରକ୍ତ ବୋହିବା ବନ୍ଦ ହୋଇଯାଇଥାଏ। ଏହି ଫିଟିକିରି ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ।
-ମୁହଁରେ କଳାଦାଗ ସମସ୍ୟା ଥିଲେ ଏହା ସମସ୍ତଙ୍କ ଚିନ୍ତାର କାରଣ ହୋଇଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଫିଟିକିରି ବ୍ୟବହାର କରିପାରିବେ। ଏଥିପାଇଁ ଆପଣ କେବଳ ସେହି ସ୍ଥାନରେ ହିଁ ଫିଟିକିରିକୁ ଘଷିବେ।
-ପୁରୁଷମାନେ ଦାଢି କାଟି ସାରିବା ପରେ ଏହାକୁ ମୁହଁରେ ଲଗାଇଥାଆନ୍ତି। ଏହାଦ୍ବାରା ତ୍ବଚା ମସୃଣ ହେବା ସହ ଉଜ୍ବଳ ହୋଇଥାଏ।
-ଶାମ୍ପୁରେ ଅଳ୍ପ ଫିଟିକିରି ଗୁଣ୍ଡ ମିଶାଇ କେଶରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ।
-ଫିଟିକିରି ଗୁଣ୍ଡକୁ ପାଣିରେ ମିଶାଇ ଆଖିତଳର କଳାଦାଗରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳେ।

Leave A Reply