ପଣା ସଂକ୍ରାନ୍ତିରେ କେମିତି କରିବେ ବେଲ ପଣା

0

ବେଲ ପଣା ଅତି ସ୍ୱାଦିଷ୍ଟ । ଏହା  ପେଟ ପାଇ ଭଲ । ପାଚକ ତନ୍ତ୍ର ଭଲ ରଖିବା ପାଇଁ ବେଲ ବେଶ୍‌ ସହାୟକ । ପଣା ସଂକ୍ରାନ୍ତି ସହ ଖରା ଦିନି ବେଲ ପଣା କରାଯାଇଥାଏ ।

ବେଲପଣା ପାଇଁ ସାମଗ୍ରୀ: ବେଲ, ଗୁଡ କିମ୍ବା ଚିନି, ଗୋଲ ମରିଚ, ଛେନା ଚାହିଁଲେ ଛେନା ବିନା ବି ବେଲ ପଣା ହୋଇ ପାରିବ

ପ୍ରଥମେ ପାଚିଲା ବେଲରୁ ଶସ ବାହର କରିବାକୁ ପଡିବ । ଶସ ବାହାର କରିବା ପରେ ଏଥିରେ ମଞ୍ଜି  ଅଛି କି ନାହିଁ ଦେଖି ନେବେ । ପରେ ଆବଶ୍ୟକୀୟ ପାଣି ଦେଇ ଚିନି କିମ୍ବା ଗୁଡ ପକାଇବ । ସେଥିରେ ଶସ ମିଶାଇ ଚାହିଁଲେ ଛେନା ଓ କଦଳୀ ଚକଟା ମିଶାଇ ପାରିବେ । ଉପରେ ଗୋଲ ମରିଚ ଗୁଣ୍ଡ ପକାଇବେ । ଏହା ପରେ ଅଳ୍ପ ବରଫ ମିଶାଇ ଏହାକୁ ପିଇ ପାରିବେ ।

Leave A Reply