ଖଟା ମିଠା ବେଲ ଚଟଣୀ

ନିକଟରେ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଯାଇଛି । ଘରେ ଘରେ ପଣାର ଆସର ଜମିଥିବ । ପ୍ରାୟ ସମସ୍ତେ ବେଲ ପଣା ପିଇଥିବେ । କିନ୍ତୁ ବେଲ ଚଟଣୀ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ବେଲ ଚଟଣୀ କିଭଳି ପ୍ରସ୍ତୁତ କରିବେ ତାହା ଜଣାଇବୁ ।

ଆବଶ୍ୟକୀୟ ସାମଗ୍ରୀ

ଗୋଟିଏ ବେଲ
ଧନିଆପତ୍ର
୨ରୁ ୩ଟି କଞ୍ଚା ଲଙ୍କା
ଏକ ଚାମଚ ଧନିଆ ପାଉଡର
୮ରୁ ୧୦ଟି ଶୁଖିଲା ଲଙ୍କା
୬ରୁ ୮ଟି ରସୁଣ
ଲୁଣ ଓ ଚିନି ସ୍ବାଦାନୁସାରେ

ପ୍ରସ୍ତୁତ ପ୍ରଣାଳୀ

ସର୍ବପ୍ରଥମେ ବେଲକୁ ଫଟାଇ ସେଥିରୁ ମଞ୍ଜି ବାହାର କରି ଦିଅନ୍ତୁ ଏବଂ ବେଲ ସସକୁ ଅଲଗା ରଖନ୍ତୁ । ବେଲ ସସରେ ଧନିଆପତ୍ର, ଧନିଆ ପାଉଡର, ଲୁଣ ଓ ଚିନି ମିଶାନ୍ତୁ । ଏବେ କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଏବଂ ରସୁଣକୁ ନେଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ବେଲ ସସ ସହ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଖଟା ମିଠା ବେଲ ଚଟଣୀ ।

Comments are closed.