ବିବାହ ପୂର୍ବରୁ ସାଥୀଙ୍କୁ ପଚାରନ୍ତୁ ଏହି ୬ଟି ପ୍ରଶ୍ନ

0

ବିବାହ ପୂର୍ବରୁ ବ୍ୟକ୍ତିତ୍ବ, ଧନ ସମ୍ପତ୍ତି ଓ ପରିବାର ଦେଖିଥାଉ। ଏହା ବ୍ୟତିତ ଆହୁରି ଅନେକ କଥା ରହିଥାଏ, ଯାହା ସାଥୀଙ୍କ ଠାରୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । କିନ୍ତୁ ପ୍ରାୟତଃ ପରିବାର ଲୋକଙ୍କ କଥାରେ ହେଉ ଅବା ସାଥୀ ପ୍ରେମରେ ପଡି ଏହି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଅଣଦେଖା କରୁଥାଉ । ତେବେ ଆସନ୍ତୁ ଜାଣିବା ବିବାହ ପୂର୍ବରୁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଏବଂ ନିଜ ସାଥୀଙ୍କୁ କ’ଣ ପ୍ରଶ୍ନ କରିବେ ।

୧. ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ବା ଆପଣଙ୍କ ସାଥୀ ମାନସିକ ରୂପେ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ। ପରିବାର ସଦସ୍ୟ ବା ମାତା ପିତାଙ୍କ ଚାପରେ ପଡି ସେ ବିବାହ ପାଇଁ ରାଜି ହୋଇଛନ୍ତି କି ତାହା ଜାଣିବା ନିହାତି ଆବଶ୍ୟକ ।

୨. ଯୁବତୀମାନେ ବିବାହ ପୂର୍ବରୁ ଭାବି ସ୍ବାମୀର ଚାକିରୀ ସମ୍ବନ୍ଧୀୟ ସଠିକ୍ ତଥ୍ୟ ରଖିବା ଅତ୍ୟନ୍ତ ଆବଶ୍ୟକ । କେବଳ ଚାକିରୀ ନୁହେଁ ଦରମା ବିଷୟରେ ଜାଣିବା ନିହାତି ଜରୁରୀ। କଥାରେ ବିଶ୍ବାସ କରିବା ଉଚିତ୍ ନୁହେଁ ।

୩. ବିବାହ ପରେ ଅଲଗା ରହିବାକୁ ନା ପରିବାର ସହ ପସନ୍ଦ କରିବେ, ଏନେଇ ସାଥୀଙ୍କୁ ପ୍ରଶ୍ନ କରିବା ଉଚିତ୍ ।

୪. ଯଦି ଭାବିସ୍ବାମୀ ଚାକିରୀ କରୁନାହାନ୍ତି ତେବେ ତାଙ୍କର ଆର୍ଥିକ ସ୍ଥିତି ବିଷୟରେ ଜାଣିବା ଆବଶ୍ୟକ । ସେ ଅନ୍ୟ କାହା ଉପରେ ନିର୍ଭର ନାହାନ୍ତି ତ ଏନେଇ ପଚାରି ବୁଝନ୍ତୁ ।

୫. ନିଜ ସାଥୀର ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ।

୬. ବିବାହ ପୂର୍ବରୁ ଜାଣିବା ନିହାତି ଜରୁରୀ, ଆପଣଙ୍କ ସାଥୀ ଫ୍ୟାମିଲି ପ୍ଲାନିଙ୍ଗ ବିଷୟରେ କ’ଣ ଚିନ୍ତା କରନ୍ତି । ପୂର୍ବରୁ ଏନେଇ ସୂଚନା ଥିଲେ ଆପଣ ମାନସିକ ରୂପେ ପ୍ରସ୍ତୁତ ହୋଇପାରିବେ ।

Leave A Reply