ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଖଡିଆଳ : ନୂଆପଡା ଜିଲା କୋମନା ବ୍ଲକ ବିଶିବାହାଲ ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବିଶିବାହାଲ ଗ୍ରାମର ପବିତ୍ର ମାଝୀ(୫୦) ଗୁରୁବାର ସକାଳ ସମୟରେ ଶୌଚ ପାଇଁ ନିକଟସ୍ଥ ଜଙ୍ଗଲ ପାଖକୁ ଯାଇଥିବା ବେଳେ ଏକ ଭାଲୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିିର୍ କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛ। ବନବିଭାଗ ତୁରନ୍ତ ଦୃଷ୍ଟି ଦେଇ ପବିତ୍ରଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.