ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

0

ଝରିଗାଁ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅର୍ନ୍ତଗତ ଗୌଡଗୁଡା ଠାରେ ମହୁମାଛି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାସହ ଅନ୍ୟଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ଗୌଡଗୁଡା ଗ୍ରାମର ବରି ଗୌଡ ଓ ମଥୁ ଭତ୍ରା ଦୁହେଁ ମଇଁଷି ଚରାଇବା ପାଇଁ ନିକଟସ୍ଥ ସାରିଆ କାଜୁ ଜଙ୍ଗଲକୁ ଯାଇଥିଲେ। ମଇଁଷି ଚରାଇ ଫେରୁଥିବା ସମୟରେ ମଇଁଷି ମାନେ ଦୌଡି ପଳାଉଥିବା ସମୟରେ ଏକ ମହୁମାଛି ବସା ଥିବା କାଜୁ ଗଛରେ ପିଟି ହୋଇଥିଲେ। ଯାହାଫଳରେ ମହୁମାଛି ମାନେ ବସାରୁ ବାହାରି ବରି ଗୌଡ ଓ ମଥୁ ଭତ୍ରା ଆକ୍ରମଣ କରିଥିଲେ। ବରି ଗୌଡ ଜଙ୍ଗଲରୁ ଦୌଡି ପଳାଇ ଆସିଥିବା ବେଳେ, ମଥୁ ଗୌଡ ଜଙ୍ଗଲରେ ଥିବା ଲତାରେ ଛନ୍ଦି ହୋଇଯାଇଥିଲେ। ଯାହାଫଳରେ ମହୁମାଛି ତାଙ୍କୁ ଅଧିକ ମାତ୍ରାରେ ଆକ୍ରମଣ କରିଥିଲେ। ତେଣୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଝରିଗାଁ ପୁଲିସ ଘଟଣା ସ୍ଥଳରେ ପହଁଛି ମୃତଦେହ ଉଦ୍ଧାର କରିଛି।

Leave A Reply