ହାତ ଓ ଗୋଡ଼ର ଗୋରା ରଙ୍ଗ ପାଇଁ କ୍ଷୀରର ଏଭଳି ବ୍ୟବହାର ଜାଣିଛନ୍ତି କି?

ସଭିଏଁ ନିଜ ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ବହୁ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ଯେତେ ପରିମାଣରେ ଆମେ ତ୍ୱଚାର ଯତ୍ନ ନେଉ ହାତ ଓ ଗୋଡ଼ ଉପରେ ଅଧିକ ନଜର ଦେଇନଥାଉ। ସୂର୍ଯ୍ୟ କିରଣ, ଧୂଳିମାଟି, ପ୍ରଦୂଷଣ କାରଣରୁ ହାତ ଓ ଗୋଡ଼ର ରଙ୍ଗ ବେକ ଭଳି ଶରୀରର ବହୁ ଅଂଶ କଳା ପଡ଼ିଯାଏ। ହାତ ଓ ଗୋଡ଼ର ଚମକ ବୃଦ୍ଧି ପାଇଁ ଓ ରଙ୍ଗ ଗୋରା ପାଇଁ କେତେକ ସହଜ ଉପାୟ ବିଷୟରେ ଜାଣନ୍ତୁ….
ହାତ ଓ ଗୋଡ଼ର ରଙ୍ଗ ଗୋରା ପାଇଁ କ୍ଷୀର ଓ ଗୋଟା ଲୁଣର ବ୍ୟବହାର କରନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ୧ ଚାମଚରୁ କମ ଲୁଣରେ କିଛି କଞ୍ଚା କ୍ଷୀର ମିଶାନ୍ତୁ। ନିଜ ଇଚ୍ଛା ଅନୁଯାୟୀ ଏଥିରେ ଆପଣ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ। ଏହାକୁ ଆପଣ ହାତ ଗୋଡ଼, ବେକ ଆଦି ସ୍ଥାନରେ ଲଗାଇ କିଛି ସମୟ ମାଲିସ କରନ୍ତୁ ଓ ପରେ ଧୋଇ ଦିଅନ୍ତୁ। ଏପରି ନିୟମିତ କରିବା ଦ୍ୱାରା ହାତ, ଗୋଡ଼ର କୋମଳ ହେବା ସହ ରଙ୍ଗ ଗୋରା ହୋଇଥାଏ।
କମଳା ଚୋପାକୁ ଶୁଖାଇ ଗୁଣ୍ଡ କରି ଏଥିରେ କିଛି କ୍ଷୀର ମିଶାନ୍ତୁ। ଏହି ପେଷ୍ଟକୁ ହାତ ଓ ଗୋଡ଼ରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ହାତ ଓ ଗୋଡ଼ର ରଙ୍ଗ ଗୋରା ହୋଇଥାଏ।
୨ ଚାମଚ ଚନ୍ଦନ ପାଉଡ଼ରରେ ଟମାଟର, କାକୁଡ଼ି, ଲେମ୍ବୁର ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ହାତ ଓ ଗୋଡ଼ରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାର ଅନୁଭବ କରିବେ।
ସପ୍ତାହକୁ ୨ଥର ଦହିରେ ମହୁ ମିଶାଇ ଏହାକୁ ହାତ ଓ ଗୋଡ଼ରେ ଲଗାନ୍ତୁ। ଦହି ଓ ମହୁର ମିଶ୍ରଣକୁ ହାତରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହା ପରେ ଗାଧାନ୍ତୁ। ଏହା ହାତ ଓ ଗୋଡ଼ର ରଙ୍ଗକୁ ଖୁବ ଗୋରା କରିଥାଏ।

Comments are closed.