ଜାଣନ୍ତୁ ମୁହଁ ପାଇଁ ଚିନିର ବ୍ୟବହାର

0

ମିଠା ଜାତୀୟ ଦ୍ରବ୍ୟ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ ହୋଇଥାଏ। ବିଭିନ୍ନ ମିଠା ଦ୍ରବ୍ୟ ମଧ୍ୟରେ ଚିନି ସମସ୍ତେ ନିୟମିତ ବ୍ୟବହାର କରିଥାଆନ୍ତି। ମାତ୍ର ମୁହଁ ପାଇଁ ଏହାର କ’ଣ ବ୍ୟବହାର ରହିଛି ତାହା ଜାଣିବା ମଧ୍ୟ ଆବଶ୍ୟକ ଅଟେ। ଏହା ମୁହଁ ପାଇଁ ଖୁବ ଲାଭଦାୟକ ଅଟେ। ମୁହଁ ପାଇଁ ଚିନି ସ୍କ୍ରବକୁ କିପରି ବ୍ୟବହାର କରିବେ ଓ ଏହାର ଉପକାର ବିଷୟରେ ଜାଣନ୍ତୁ….


ମୁହଁ ପାଇଁ ଚିନିର ବ୍ୟବହାର –
ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ଚିନିକୁ ମୁହଁରେ ଭଲ ଭାବେ ସ୍କ୍ରବ କରନ୍ତୁ  (ଧୀରେ ଧୀରେ ଘଷନ୍ତୁ)  । କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଉଜ୍ୱଳ ହେବା ସହ ଚମକ ବଢିଥାଏ।


ଚିନି ସ୍କ୍ରବ ଓ ଗ୍ରିନ ଟି –
ପ୍ରଥମେ ଗ୍ରିନ ଟିକୁ ପାଣିରେ ପକାଇ ଛାଣି ଦିଅନ୍ତୁ। ଏହା ପରେ ଛାଣି ଥିବା ପାଣିରେ ଚିନି ମିଶାଇ ମୁହଁରେ ଲଗାନ୍ତୁ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି, ଯାହା ମୁହଁ ପାଇଁ ଖୁବ ଲାଭଦାୟକ ଅଟେ। ଏହା ମୁହଁର ଚର୍ମକୁ ସୁସ୍ଥ ରଖିଥାଏ।


ବାଦାମ ତେଲ ଓ ଚିନି ସ୍କ୍ରବ –
ଏକ ଚାମଚ ଚିନିରେ ୨ ଚାମଚ ବାଦାମ ତେଲ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ୩୦ ମିନିଟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ବାଦାମ ତେଲରେ ଭିଟାମିନ ସି ଥିବାରୁ ଏହା ମଧ୍ୟ ମୁହଁ ପାଇଁ ଲାଭଦାୟକ ଅଟେ। ଏହାକୁ ଲଗାଇବା ଦ୍ୱାରା ମୁହଁର ଉଜ୍ୱଳତା ବଢିଥାଏ।


ଦହି ଓ ଚିନି –
୩ ଚାମଚ ଦହିରେ ୧ ଚାମଚ ଚିନି ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୩୦ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁ ଗୋରା ହେବା ସହ ମୁହଁରୁ ସମସ୍ତ ପ୍ରକାରର ଜୀବାଣୁକୁ ବାହାର କରିଦେଇଥାଏ। ମୁହଁର ଉଜ୍ୱଳତା ମଧ୍ୟ ବଢିଥାଏ।

Leave A Reply