ଆଇପିଏଲ ବେଟିଙ୍ଗ ସ୍ଥଳରେ ଚଢଉ ; ୭ ଗିରଫ

ପାରଳାଖେମୁଣ୍ଡି : ଆଇପିଏଲ ଖେଳକୁ ନେଇ ବେଟିଙ୍ଗ ବା ସଟା ଚାଲିଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ପୁଲିସ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୮ଟି ମୋବାଇଲ ଫୋନ୍ ଏବଂ ୬୧ ହଜାର ଟଙ୍କା ପୁଲିସ ଜବତ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଛାନଭିନ ଚଳାଇଛି ବୋଲି ଏସଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

Comments are closed.