ଭାଲୁ ଆକ୍ରମଣରେ ହୋମଗାର୍ଡ଼ ଗୁରୁତର

0

ବାଲେଶ୍ୱର : ବରହମପୁର ବଜାରରେ ପୁଲିସ୍ ପାଟ୍ରୋଲିଂ ସମୟରେ ମାଈ ଭାଲୁ ଆକ୍ରମଣ କରିଛି।ଭାଲୁ ଆକ୍ରମଣରେ ନୀଳଗିରି ବରହମପୁର ଥାନାର ହୋମଗାର୍ଡ଼ ରବିନ୍ଦ୍ର ମାଝୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ୪ ଜଣ ଡ଼େପୁଟି ଡ଼ିୟୁଟି କରୁଥିବା ବେଳେ ଭାଲୁଟି ହଠାତ ଏକ ଗଳିରୁ ବାହାରି ଆକ୍ରମଣ କରିଥିବା ନେଇ ଥାନା ଅଧିକାରୀ ରାଜେନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply