ଭାଲୁ ଆକ୍ରମଣରେ ନାବାଳିକା ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଭୋଳବେଡା ଗ୍ରାମରେ ଗୁରୁବାର ଭାଲୁ ଆକ୍ରମଣରେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ଆହତ ନାବାଳିକା ଜଣଙ୍କ ହେଉଛନ୍ତି ଭୋଳବେଡା ଗ୍ରାମର ଗୋରା ମୁଣ୍ଡାଙ୍କ ଝିଅ ଚମେଲି ମୁଣ୍ଡା ।

ସୂଚନା ମୁତାବକ, ଚମେଲି ଗୁରୁବାର ସକାଳେ ବିଲକୁ ଧାନ ବିଡା ବୋହିବା ପାଇଁ ଯାଇଥିବା ବେଳେ ଭାଲୁ ସହ ମୁହାଁ ମୁହିଁ ହୋଇଥିଲେ । ଫଳରେ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଯାହାଦ୍ବାରା ତାଙ୍କର ବାମ ଜଙ୍ଘରେ ଗଭିର କ୍ଷତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ବନ୍ୟ ଜନ୍ତୁ ଆକ୍ରମଣର ଶୀକାର କାରଣରୁ ଏହି ଗରିବ ପରିବାରକୁ ସରକାରୀ ସହାୟତା ପାଇଁ ବନ ବିଭାଗକୁ ନିବେଦନ କରିଛନ୍ତି।

Comments are closed.