ଖାଦ୍ୟ ଅନ୍ୱେଷଣରେ ଆସି ଭାଲୁ ମୃତ

0

ନୀଳଗିରି : ଭାଲୁକୁ ପିଟି ମାରି ଦେଇଥିବା ଜଣାପଡ଼ିଛି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତିକୁ ପଶି ଆସିଥିବା ଏକ ଭାଲୁ ନୀଳଗିରି ବ୍ଲକ ଧୋବସିଳା ପଞ୍ଚାୟତର ଚଲଣାପାଳରେ ବାଟବଣା ହୋଇଯାଇଥିଲା। ସୂଚନା ଅନୁଯାୟୀ, ଭୟଭୀତ ଭାଲୁଟି ତରବରରେ ଏକ ଖାଲୁଆ ସ୍ଥାନରେ ପଡ଼ିଯିବାର ଦେଖି ଏକାଧିକ ଲୋକେ ଏକାଠି ହୋଇ ଭାଲୁକୁ ଆକ୍ରମଣ କରି ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଭାଲୁର ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିର୍ପୋଟ ଆସିବା ପରେ ଭାଲୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Leave A Reply