ବାରହା ଫାଶରେ ଫଶିଲା ଭାଲୁ

0

ମାଲକାନଗିରି : ଗୁରୁବାର ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ମଲ୍ଲିକେସ୍ୱର ପାହାଡ଼ ନିକଟରେ ବାରହା ଶିକାର ପାଇଁ ଲାଗିଥିବା ଫାଶରେ ଏକ ଜଙ୍ଗଲୀ ଭାଲୁ ଫଶିଯାଇଛି। କିଛି ବାରହା ଶିକାରୀ ବାରହା ଧରିବା ପାଇଁ ଫାଶ ବସାଇଥିବା ବେଳେ ଆଜି ଭୋରୁ ଏହି ଭାଲୁଟି ଫାଶରେ ଫଶି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏବିଷୟରେ ସୂଚନା ପାଇବା ପରେ ଭାଲୁଟିକୁ ଧରିବା ପାଇଁ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ସ୍ଥିତିକୁ ଅନୁଧ୍ୟାନ କରି ଭାଲୁଟିକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ନବରଙ୍ଗପୁରରୁ ସ୍ୱତନ୍ତ୍ର ଦଳକୁ ଡକାଇଛନ୍ତି। ଟ୍ରାଙ୍କୁଲାଇଜ୍ କରିବା ପରେ ଭାଲୁଟିକୁ ଧରାଯାଇପାରିବ ବୋଲି ବନ ବିଭାଗର ଅଧିକାରୀ ମାନେ ପ୍ରକାଶ କରିଛନ୍ତି।

 

Leave A Reply