ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରେ ବେକିଙ୍ଗ ସୋଡା

0

ବେକିଙ୍ଗ ସୋଡାର ବ୍ୟବହାର ଅନେକ ଖାଦ୍ୟରେ କରାଯାଇଥାଏ। ଏହା କେତେକ ଜିନିଷରୁ ଦୁର୍ଗନ୍ଧ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ବେକିଙ୍ଗ ସୋଡା ଦ୍ବାରା ଶରୀରର ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ବ ରହିଛି ଯାହା ଶରୀରରୁ ଦୁର୍ଗନ୍ଧ ଦୂର କରିଥାଏ। ଆସନ୍ତୁ ଜାଣିବା ବେକିଙ୍ଗ ସୋଡାର ବ୍ୟବହାର କେଉଁ କେଉଁ କାରଣ ପାଇଁ କରାଯାଇଥାଏ ଆସନ୍ତୁ ଜାଣିବା ..

ପାଦ ପାଇଁ :

ବେକିଙ୍ଗ ସୋଡା ପାଦ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ପାଦ ଫାଟିବା, ଦରଜ ହେବା ଇତ୍ୟାଦି ସମସ୍ୟାରୁ ରକ୍ଷା କରିବାରେ ବେକିଙ୍ଗ ସୋଡା ସହାୟକ ହୋଇଥାଏ। ବେକିଙ୍ଗ ସୋଡାକୁ ବ୍ୟବହାର କରିବା ଦ୍ବାରା ତାହା ପାଦକୁ ନରମ କରିଥାଏ।

ପାଦରୁ ମୃତକୋଷିକା ବାହାର କରେ :

ବେକିଙ୍ଗ ସୋଡାରେ ଏପରି ତତ୍ତ୍ବ ରହିଛି ଯାହା ଚର୍ମରୁ ମୃତକୋଷିକା ବାହାର କରିବାରେ ସହାୟକ ହୋଇଥାଏ। ଏହାସହ ଚର୍ମରେ ଲାଗିଥିବା ଅପରିଷ୍କାର ଦ୍ରବ୍ୟ ମଧ୍ୟ ବାହାର କରି ଦେଇଥାଏ। ସେଥିପାଇଁ ଦୁଇ ଚାମଚ ବେକିଙ୍ଗ ସୋଡାକୁ ପାଣିରେ ମିଶାଇ ଦିଅନ୍ତୁ। ତାପରେ ପାଦରେ ତାକୁ ସ୍କ୍ରବ କରନ୍ତୁ। କିଛି ସମୟ​‌ ପରେ ପାଦକୁ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ପାଦ ଦୁର୍ଗନ୍ଧ ଦୂର କରିଥାଏ :

ପାଦର ଦୁର୍ଗନ୍ଧ ଦୂର କରିବା ପାଇଁ ବେକିଙ୍ଗ ପାଉଡରର ବ୍ୟବହାର କରାଯାଇଥାଏ। ଏଥିପାଇଁ ଏକ ଟବରେ ବେକିଙ୍ଗ ସୋଡା ପକାନ୍ତୁ। ସେଥିରେ ପାଦକୁ ୧୫ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ତାପରେ ପାଦକୁ ଭଲ ଭା​‌ବେ ଧୋଇ ମଶ୍ଚରାଇଜର ଲଗାଇ ଦିଅନ୍ତୁ।

ଦାନ୍ତ ପାଇଁ :

ଦାନ୍ତ ପାଇଁ ବେକିଙ୍ଗ ସୋଡାର ମଧ୍ୟ ବ୍ୟବହାର କରାଯାଇଥାଏ। ବେକିଙ୍ଗ ସୋଡାର ବ୍ୟବହାର ଦ୍ବାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ।

Leave A Reply