ଆଜିଠାରୁ ଭୁବନେଶ୍ବର-ଜୁନାଗଡ଼ ଏକ୍ସପ୍ରେସ୍ ଚଳାଚଳ ଏବଂ ଓଡ଼ିଆ ଭାଷାରେ ରେଳ ଟିକଟ ପ୍ରଚଳନର ଶୁଭାରମ୍ଭ

ଭୁବନେଶ୍ବର :  ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସର ପୃଥକ ଭାବେ ଚଳାଚଳ ଶନିବାର ଠାରୁ ଆରମ୍ଭ ହେଉଛି। ଏହାସହିତ ଆଜି ମଧ୍ୟ ଓଡ଼ିଆ ଭାଷାରେ ଅସଂରକ୍ଷିତ ଟିକଟ ପ୍ରଚଳନର ଶୁଭାରମ୍ଭ ହେବ। ଆଜି ଅପରାହ୍ନରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳସଦନ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସ୍‌ର ପୃଥକ ଚଳାଚଳକୁ ସବୁଜ ପତାକା ପ୍ରଦର୍ଶନ କରି ଚଳାଚଳର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଜୁନାଗଡ଼ରୋଡ ଠାରେ ଆୟୋଜିତ ସଭାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଏବଂ ସାଂସଦ ବସନ୍ତ କୁମାର ପଣ୍ଡା ଉପସ୍ଥିତ ରହିବେ। ପୂର୍ବରୁ ଏହି ଟ୍ରେନ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ସହିତ ଭୁବନେଶ୍ୱର ଓ ରାୟଗଡା ମଧ୍ୟରେ ଉଭୟ ଦିଗରୁ ଚଳାଚଳ କରୁଥିଲା ଏବଂ ରାୟଗଡା ଠାରୁ ଅଲଗା ହୋଇ ଜଗଦଳପୁର ଏବଂ ଜୁନାଗଡ଼ରୋଡ଼ ଯାତ୍ରା କରୁଥିଲେ I ଦୁଇଟି ଟ୍ରେନ୍ ଚାଲିବା ଫଳରେ ରାୟଗଡା ଷ୍ଟେସନଠାରେ ଏହି ଟ୍ରେନର ଲିଙ୍କ ଟ୍ରେନ ଧରିବା ପାଇଁ ଯାତ୍ରୀମାନଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡିବନାହିଁ I ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ଅଧିକ ବଗି ସଂଯୋଗ କରାଯାଇଛି।

Comments are closed.