ବାତିଲ ହେଲା ଭୁବନେଶ୍ବର-ଜୁନାଗଡ଼ ଏକ୍ସପ୍ରେସ୍ ଚଳାଚଳ ଏବଂ ଓଡ଼ିଆ ଭାଷାରେ ରେଳ ଟିକଟ ପ୍ରଚଳନର ଶୁଭାରମ୍ଭ

ଭୁବନେଶ୍ବର : ଆକସ୍ମିକ ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପରଲୋକ ଘଟିବାରୁ ଶନିବାର ରେଳ ସଦନରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହା ସହ ଓଡ଼ିଆ ଭାଷାରେ ଅସଂରକ୍ଷିତ ଟିକଟ ପ୍ରଚଳନର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳସଦନ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସ୍‌ର ପୃଥକ ଚଳାଚଳକୁ ସବୁଜ ପତାକା ପ୍ରଦର୍ଶନ କରି ଚଳାଚଳର ଶୁଭାରମ୍ଭ କରିଥାଆନ୍ତେ। ଓଡ଼ିଆ ଭାଷାରେ ଅସଂରକ୍ଷିତ ଟିକଟ ପ୍ରଚଳନର ଶୁଭାରମ୍ଭ ମଧ୍ୟ ହୋଇ ଥାଆନ୍ତା ।

Comments are closed.