ଗଜପତିଙ୍କ ପୁସ୍ତକ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ ’ମେଜେଷ୍ଟିକ୍ ମାରା’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଲୋକାର୍ପିତ କରିଛନ୍ତି। ଏହି ପୁସ୍ତକରେ ମହାରାଜାଙ୍କ କେନିଆ ଭ୍ରମଣ କାହାଣୀ ବର୍ଣ୍ଣିତ ହୋଇଛି। ବିଶେଷକରି କେନିଆର ମସାଇ ମାରା ଅଞ୍ଚଳରେ ପରିଦର୍ଶନ ସମୟର ଅନେକ ତଥ୍ୟ ଓ ଚିତ୍ର ସ୍ଥାନ ପାଇଛି। ଏହା ଏକ ସୁନ୍ଦର ଭ୍ରମଣ ପୁସ୍ତକ ଏବଂ ଏହା ପାଠକ ଆଦୃତି ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ନୂଆଦିଲ୍ଲୀରେ ଅବସ୍ଥାପିତ କେନିଆର ଉଚ୍ଚାୟୁକ୍ତ ୱିଲି କିପ୍‌କୋରିର୍ ବେଟ୍‌ଙ୍କ ସମେତ କେନିଆ ଜାତୀୟ ଆସେମ୍ବ୍ଲିର ଉପବାଚସ୍ପତି ମୋଜେସ୍ ଚେବୋଇ ଏବଂ କେନିଆର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Comments are closed.