ଭାଲୁ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର

0

ଯାଜପୁର:  ବନ୍ୟ ଜନ୍ତୁଙ୍କ ବାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି । କେବେ ବାଘ ମା କୋଳରୁ ଛୁଆକୁ ଟେକି ନେଉଛି ତ ଆଉ କେବେ ହାତୀପଲଙ୍କ ଆକ୍ରମଣରେ ଧନ ଜୀବନ ନଷ୍ଟ ହେଉଛି । ପୁଣି ମାଙ୍କଡ ଆତଙ୍କ ନ କହିବା ଭଲ । ସେହିପରି ଆଜି ଯାଜପୁର ଜିଲାରେ ଭାଲୁ ଆକ୍ରମଣରେ ଜଣେ ପ୍ରାଣ ହରାଇ ଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଆଜି ସକାଳେ ସୌଚ କରିବା ପାଇଁ ଭଉୟ ବାହାରକୁ ଯାଇଥିବା ବେଳେ ପ୍ରଥମେ ଭାଲୁ ଜଣଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।  ମୃତକ ହେଉଛନ୍ତି ଶ୍ୟାମ ହେସା ଓ ଗୁରୁତରଙ୍କ ନାମ ହେଉଛି ସୁକୁରା ମୁଣ୍ଡା । ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକେ ମୃତକ ଓ ଆହତଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ।

Leave A Reply