ସନ୍ଦେହଜନକ ଅବସ୍ଥାରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ବାସୁଦେବପୁର : ବାସୁଦେବପୁର ଚୂଡ଼ାମଣି ଥାନା ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବୋଟରେ ଯାଇଥିବା ୮ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାସୁଦେବପୁର ଥାନା ଅନ୍ତର୍ଗତ ଅଢୁଆଁ ଗ୍ରାମର ସୋମବାରୀ ମଳିକ (୬୦)। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସୋମବାରୀଙ୍କ ସମେତ ଆଠ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଏକ ବୋଟରେ ଯାଇଥିଲେ। ଅନ୍ୟପକ୍ଷରେ ଅନ୍ୟ ୭ ଜଣ ମତ୍ସ୍ୟଜୀବୀଙ୍କ କହିବା ଅନୁଯାୟୀ, ସୋମବାରୀ ମାଛ ଧରିବା ସମୟରେ ହଠାତ ସଜ୍ଞାହୀନ ହୋଇ ବୋଟ ମଧ୍ୟରେ ପଡ଼ିଯାଇଥିଲେ। ସାଥି ମତ୍ସ୍ୟଜୀବୀମାନେ ତାଙ୍କ ସଜ୍ଞା ଫେରାଇ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସୋମବାରୀଙ୍କୁ କୂଳକୁ ଆଣିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଚୂଡ଼ାମଣି ସାମୁଦ୍ରିକ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Comments are closed.