ବାସନ୍ତି ମଲ୍ଲିକ ବିଜେପିରେ ଯୋଗଦାନ ନେଇ ମୋହନା ବିଜେଡିର ଶୋଭାଯାତ୍ରା

0

ମୋହନା : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ଘଡି ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳୁଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ପ୍ରତିନିଧିମାନେ ଦଳ ପରିବର୍ତ୍ତନ କରୁଥିବା ଯୋଗୁଁ ସାଧାରଣ ଲୋକେ ଓ କର୍ମୀମାନେ ବିଭିନ୍ନ ଆଶା ଓ ଆସଙ୍କା ନେଇ ଦ୍ୱନ୍ଦରେ ପଡୁଥିବା ଦେଖିବାକୁ ମିଳୁଛି। ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀଭାବେ ବିିଜେଡିରୁ ପୁର୍ଣ୍ଣବାସୀ ନାୟକଙ୍କୁ ଟିକେଟ୍‍ ମିଳିବା ଯୋଗୁଁ ମୋହନାର ବିଜେଡି ବିଧାୟିକା ବାସନ୍ତି ମଲ୍ଲିକ ଅସନ୍ତୋଷ ପ୍ରକାଶ କରି ଓ ଦଳପ୍ରତି ବିମୁଖ ହୋଇ ବିଜେପିରେ ଯୋଗଦାନ କରିଛନ୍ତି। ଏଣୁ ମୋହନା ବ୍ଳକ ବିଜେଡି କର୍ମକର୍ତ୍ତାମାନଙ୍କ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଶହ ଶହ କର୍ମୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ବାସନ୍ତି ମଲ୍ଲିକଙ୍କ ବିରୋଧରେ ନାରାବାଜି କରି ପୋଷ୍ଟର ଚିରିବା ସହ ସ୍ଥାନୀୟ ପାଣ୍ଡାଛକ ନିକଟରେ ତାଙ୍କ ଫଟୋ ଚିତ୍ରରେ ଅଗ୍ନି ସଂଯୋଗ କରିଥିଲେ। ଏହି ଶୋଭାଯାତ୍ରାରେ ବରିଷ୍ଠ ବିଜେଡି ନେତା ତଥା ବ୍ଲକ ବିଜେଡି ସଭାପତି ରଞ୍ଜୀବ ଶବର, ଶିବ ଶଙ୍କର ସାହୁ, ଦିନବନ୍ଧୁ ସାହୁ, ଯୁବ ସଂଗଠକ ଫିରୋଜ ପଟ୍ଟନାୟକ, ବରିଷ୍ଠ ଓକିଲ ରାଜେନ୍ଦ୍ର କୁମାର ନାୟକ, ବିଳାସ ନାୟକ ପ୍ରମ୍ମୁଖ ବହୁ କର୍ମୀ ସାମିଲ ଥିଲେ। ବିଧାୟିକା ବାସନ୍ତି ମଲ୍ଲିକଙ୍କ ଫଟୋଚିତ୍ରକୁ ପୋଡି ଥିବା ନେଇ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଖବର ପାଇଥିବା, ନିର୍ବାଚନ କମିଶନରଙ୍କୁ ଏ ବିଷୟରେ ଜଣାଇବା ଓ ମାନହାନି ମକଦମା କରିବେ ବୋଲି କହିଛନ୍ତି।

Leave A Reply