ବିବାହ ଉତ୍ସବରେ ପହଞ୍ଚି ପାରିଲେନି ସମ୍ପର୍କୀୟ; ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

ଇନ୍ଦୋର: ମଧ୍ୟପ୍ରଦେଶ ବାରୱାନି ଜିଲ୍ଲାର ମାଣତୱାଡା ନିକଟରେ ରବିବାର ସକାଳେ ଏକ ଟ୍ରକ୍ ଓ ଏକ କାର ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ୫ ବର୍ଷର ଶିଶୁ ଆହତ ହୋଇଥିବା ଜଣାପଡିଛି। ଆହତ ଶିଶୁକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ କାରର କିଛି ଅଂଶ ଟ୍ରକ୍ ତଳେ ଚାପି ହୋଇ ରହିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଗାଡି ମଧ୍ୟରୁ ମୃତାହତଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। କାରରେ ଥିବା ପରିବାର ଉଞ୍ଜଡର ବାସିନ୍ଦା, ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କସରାବଦ ଯାଉଥିଲେ ବୋଲି ଜଣାପଡିଛି।

Comments are closed.