ପତ୍ନୀଙ୍କୁ ଇଟାପଥରରେ ଛେଚି ହତ୍ୟା; ଅଭିଯୁକ୍ତ ସ୍ୱାମୀ ଗିରଫ

0

ବାରିପଦା: ପତ୍ନୀହନ୍ତା ସ୍ବାମୀଙ୍କୁ ଗିରଫ କରିଛି ପୁଲିସ । ଇଟାପଥରରେ ଛେଚି ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଶକ୍ତିପଦ ବୈଠାକୁ ଗୁରୁବାର ଗିରଫ କରାଯାଇ ଥିବା ବାରିପଦା ଟାଉନ ଥାନା ପୁଲିସ ସୂତ୍ରରୁ ଜଣାପଡିଛି ।
ସ୍ଥାନୀୟ ୨୦ ନମ୍ବର ୱାର୍ଡ ସୁନଗଡିଆର ଶକ୍ତିପଦ ବୈଠାଙ୍କ ପତ୍ନୀ ସଂଗୀତା ବୈଠା ଓରଫ ମୁଖୀ(୩୭)କୁ ଗତ ମଧ୍ୟରାତିରେ ଘରେ ଇଟା ପଥର ଓ କାଠ ଆଦିରେ ଛେଚି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଏ ସଂପର୍କରେ ମୃତକାଙ୍କ ଭଉଣୀଙ୍କର ଅଭିଯୋଗକ୍ରମେ ବାରିପଦା ଟାଉନ ଥାନାରେ ୨୬୪/୧୮ ନମ୍ବରର ଏକ ମାମଲା ଆଜି ୪୯୮(କ) ଓ ୩୦୨ ଦଫାରେ ରୁଜୁ ହୋଇଛି । ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ରକ୍ତାକ୍ତ ଇଟାପଥର ଆଦି ମଧ୍ୟ ଜବତ କରାଯାଇଛି। ପୁଲିସ ମୃତକଙ୍କ ଶବ ଉଦ୍ଧାର କରି ସ୍ଥାନୀୟ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି।

Leave A Reply