ବର୍ଦ୍ଧମାନ ଷ୍ଟେସନ ହେବ ବଟୁକେଶ୍ୱର ଦତ୍ତ ଜଙ୍କ୍‍ସନ୍‍

ପାଟନା : ପଶ୍ଚିମବଙ୍ଗରେ ଥିବା ବର୍ଦ୍ଧମାନ ଜଙ୍କ୍‍ସନ୍‍ର ନାମ ପରିବର୍ତ୍ତନ କରାଯାଇ ବଟୁକେଶ୍ୱର ଦତ୍ତ ଜଙ୍କ୍‍ସନ୍‍ ରଖାଯିବ। ସ୍ୱାଧୀନତା ସଂଗ୍ରାମୀ ବଟୁକେଶ୍ୱର ଦତ୍ତ ବର୍ଦ୍ଧମାନରେ ଜନ୍ମଗ୍ରହଣ କରିଥିଲେ। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପାଟନାଠାରେ ଏହି ଘୋଷଣା କରିଛନ୍ତି।  ଏଥିପାଇଁ ସମସ୍ତ ଔପଚାରିକତା ଶେଷ ହୋଇଛି ।  ସ୍ୱାଧୀନତା ସଂଗ୍ରାମରେ ବଟୁକେଶ୍ୱର ଦତ୍ତଙ୍କ ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି । ମହାନ କ୍ରାନ୍ତିକାରୀ ଭଗତ ସିଂହଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ସ୍ୱାଧୀନତା ସଂଗ୍ରାମରେ ଭାଗନେଇଥିଲେ।  

Comments are closed.