ମହିଳା ଛାତ୍ରାବାସରେ ଅସଦାଚାରଣ ; ଅଭିଯୁକ୍ତ ଅଟକ

0

ବରଗଡ : ବରଗଡ ଜିଲାର ଏକ ମହିଳା ହଷ୍ଟେଲରେ ଅନ୍ତେବାସୀଙ୍କୁ ହଷ୍ଟେଲ ପରିଚାଳକ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ହଷ୍ଟେଲ ପରିଚାଳକ ମହିଳାଜଣକୁ ଷ୍ଟୋରରୁମ ଡାକିନେଇ ଅସଦାଚରଣ କରିଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତଙ୍କୁ ଅଟକରଖି ପଚରାଉଚରା ଚଳାଇଛି। ବରଗଡରେ ଥିବା ସମସ୍ତ ହଷ୍ଟେଲ ମାନଙ୍କରେ ପରିଚାଳିକା ନିଯୁକ୍ତି, ସିସିଟିଭି ଭଳି ସମସ୍ତ ବିଷୟ ପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ବୋଲି ବରଗଡ ଏସପି ମୁକେଶ କୁମାର ଭାମୁ କହିଛନ୍ତି।

Leave A Reply