ବରଗଡ଼ରେ ଯୋଗ ଦିବସ

0

ବରଗଡ଼: ସ୍ଥାନୀୟ ଜର୍ଜ ହାଇସ୍କୁଲ୍‍ ପଡ଼ିଆରେ ପତଞ୍ଜଳି ଯୋଗ ସମିତି ବରଗଡ଼ ଶାଖା ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପଞ୍ଚାୟତ କଲେଜ୍‍ର ଏନ୍‍ସିସି ଅଫିସର ନୀଳିମା ମେହେର, ବରଗଡ଼ ପୌର ପରିଷଦର ଉପାଧ୍ୟକ୍ଷ କଳ୍ପନା ମାଜି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ଜିଲା ସଭାପତି ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ବିନୋଦ ପତି, ପ୍ରିତମ ସିଂହ, ରୁକମନ ମହାପାତ୍ର, ନବୀନ କୁମାର ତ୍ରିପାଠୀ, ଜଗଦୀଶ ଗୋଳପୁରିଆ ପ୍ରମୁଖ ଉପସ୍ଥିତ ଥିଲେ। ପତଞ୍ଜଳି ଯୋଗ ସମିତି ବରଗଡ଼ ଶାଖା ମୁଖ୍ୟ ସୌମିତ୍ରି ପ୍ରଧାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Leave A Reply