ବରଗଡ଼ ଜିଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼: ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ଆଜି ପୁଣିଥରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଆତ୍ମହତ୍ୟା କରିଥିବା ଚାଷୀ ହେଉଛନ୍ତି ସଦର ବ୍ଲକ ଅନ୍ତର୍ଗତ ଏସ.ଡୁମ୍ବେରପାଲି ଗ୍ରାମପଞ୍ଚାୟତର ନୁଆଁପାଲି ଗ୍ରାମର ମହେନ୍ଦ୍ର ସାହୁ । ସେ ଗତ ୧୯ ତାରିଖରେ ଗୁରୁବାର ବିଷ ପିଇ ଦେଇଥିଲେ । ଚାଷ ଜନିତ କ୍ଷତି ଯୋଗୁ ସେ ବିଷ ପିଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ମୃତ ଚାଷୀ ହାତ ଉଧାରୀ ଭାବେ ୪୦ ହଜାର ଟଙ୍କା ଧାର କରି ଚାଷ କରିଥିବା ଜଣାପଡ଼ିଛି । ଗତବର୍ଷ ମଧ୍ୟ ତାଙ୍କର ଫସଲ ନଷ୍ଟ ହୋଇଥିଲା । ସୋମବାର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Comments are closed.