ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

0

କଳାପଥର(ବାଙ୍କୀ) : ବୁଧବାର ଠାରୁ ଉଦ୍‍ଘାଟିତ ହୋଇଥିବା ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଗୁରୁବାର ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ ସନ୍ଧ୍ୟାରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଙ୍କୀ ମାଟିର ବିରତ୍ୱ ଗାଥା ବଖାଣିବା ସହିତ ବର୍ଣ୍ଣମାଳାର ସୃଷ୍ଟ ଭୂମି ବାଙ୍କୀ ବୋଲି ଅଭିହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ବାଙ୍କୀ ତହସିଲ୍‍ଦାର ପଦ୍ମଚରଣ ସାହୁ ଯୋଗଦେଇ କହିଥିଲେ ଶକ୍ତି ଉପାସନାର ପୀଠସ୍ଥଳି ବିଭିନ୍ନ ସାଂସ୍କୃତିକ ପରମ୍ପରାର ମିଳନ ସ୍ଥଳ ତଥା ସମବାୟ ଆନ୍ଦୋଳନର ଏନ୍ତୁଡିଶାଳ ଭାବେ ପରିଚିତ ବାଙ୍କୀରେ ଏଭଳି ଲୋକ ଉତ୍ସବର ଆୟୋଜନ ଏହି ଅଞ୍ଚଳର କଳା ସାଂସ୍କୃତିକ ପରମ୍ପରାର ପ୍ରଚାର ଓ ପ୍ରସାର ଦିଗରେ ତଥା ବାଙ୍କୀ ଅଞ୍ଚଳର ଗୌରବମୟ ଐତିହ୍ୟକୁ ଲୋକ ମାନସରେ ଉଜ୍ଜୀବିତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବାଙ୍କୀ ମହୋତ୍ସବର ସଫଳ ରୂପାୟନ ନିମନ୍ତେ ଦଳମତ ନିର୍ବିଶେଷରେ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମ, ଉତ୍ସାହ ତଥା କର୍ମକର୍ତ୍ତାଙ୍କ ପରିଶ୍ରମ ଅଭିନନ୍ଦନୀୟ ବୋଲି ସେ କହିଥିଲେ।

Leave A Reply