ଅଘୋଷିତ ବିଦ୍ୟୁତକାଟ ଯୋଗୁ ଉପୁଜୁଛି ସମସ୍ୟା

0

କଳାପଥର(ବାଙ୍କୀ):ବାଙ୍କୀ ଉପଖଣ୍ଡରେ ଗତ ତିନି ମାସ ହେଲା ଅଘୋଷିତ ଭାବରେ ବିଦ୍ୟୁତ କାଟ କରାଯାଉଛି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ବିଦ୍ୟୁତ କାଟ କରିବାପାଇଁ କୌଣସି ଘୋଷଣା ହୋଇନଥିବା ବେଳେ ଏଠାରେ ଥିବା ଫିଡକୋ ବିଦ୍ୟୁତ ସଂସ୍ଥା ମନଇଚ୍ଛା ବିଦ୍ୟୁତ କାଟ କରୁଛି। ଉପଖଣ୍ଡର ବାଙ୍କୀ ଅଞ୍ଚଳରେ ସକାଳ ସଂଧ୍ୟାରେ ଦୁଇଘଣ୍ଟା ବିଦ୍ୟୁତକାଟ ହେଉଥିବା ବେଳେ କଳାପଥର ଅଞ୍ଚଳରେ ସକାଳ ୯ରୁ ୧୦ଟା ଏବଂ ରାତ୍ରୀରେ ୮ଟାରୁ ୯ଟା ପଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଛି। ବର୍ତ୍ତମାନ ଯୁକ୍ତ ପରିକ୍ଷା ପାଇଁ ପିଲାମାନେ ସଜବାଜ ହେଉଥିବା ବେଳେ ମନଇଚ୍ଛା ବିଦ୍ୟୁତକାଟ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି।

Leave A Reply