୫ ଦିନ ବନ୍ଦ ରହିବ ବ୍ୟାଙ୍କ, ୨୦ ଭିତରେ ସାରିଦିଅନ୍ତୁ ଜରୁରୀ କାମ

0

ନୂଆଦିଲ୍ଲୀ : ବ୍ୟାଙ୍କରେ କିଛି ଜରୁରୀ କାମ ଥିଲେ ଡିସେମ୍ବର ୨୦ ମଧ୍ୟରେ ତାହା ସାରିଦିଅନ୍ତୁ। କାରଣ ଡିସେମ୍ବର ୨୧ରୁ ୨୬ ତାରିଖ ମଧ୍ୟରେ ୫ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ଫଳରେ ଏହି ସମୟ ମଧ୍ୟରେ ଚାଲାଣ, ଡ୍ରାଫ୍ଟ, ଚେକରେ ଦେୟ ଭଳି କାର୍ଯ୍ୟ ହୋଇପାରିବ ନାହିଁ।
ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ କେତେକ ନୀତିକୁ ବିରୋଧ କରି ଡିସେମ୍ବର ୨୧ରେ ବ୍ୟାଙ୍କ ସଂଘ ଧର୍ମଘଟ ଡାକରା ଦେଇଛି। ଫଳରେ ୨୧ରେ ବ୍ୟାଙ୍କଗୁଡ଼ିକରେ ସାଧାରଣ ଲୋକଙ୍କ କାମ ହୋଇପାରିବ ନାହିଁ। ୨୨ ଡିସେମ୍ବର ମାସର ଶେଷ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ ଓ ୨୩ ତାରିଖ ହେଉଛି ରବିବାର। କେବଳ ୨୫ ତାରିଖ ଦିନ ଗୋଟିଏ ଦିନ ବ୍ୟାଙ୍କ ଖୋଲିବ। ୨୬ରେ ପୁଣି ଥରେ ବ୍ୟାଙ୍କଗୁଡ଼ିକ ଧର୍ମଘଟ କରିବେ। ଫଳରେ ୨୧ରୁ ୨୬ ତାରିଖ ମଧ୍ୟରେ ବ୍ୟାଙ୍କଗୁଡ଼ିକ ୫ ଦିନ ବନ୍ଦ ରହିବେ। ଏଥିଯୋଗୁଁ କେତେକ ସ୍ଥାନରେ ନଗଦର ଅଭାବ ପରିଲକ୍ଷିତ ହେବ ଓ ଅନେକ ଏଟିଏମ୍‍ରେ ଟଙ୍କା ନଥିବା ଭଳି ସମସ୍ୟା ଦେଖା ଦେବ ବୋଲି ଆଶଙ୍କା କରାଯାଉଛି। ତେରୁ ଡିସେମ୍ବର ୨୦ ପୂର୍ବରୁ ଜରୁରୀ କାମ ସାରିଦେବାକୁ ପରାମର୍ଶ ଦିଆଯାଉଛି।

Leave A Reply