ରାଉରକେଲାରେ ବ୍ୟାଙ୍କ ଡକାୟତି

0

ରାଉରକେଲା: ସ୍ଥାନୀୟ ମଧୁସୂଦନ ମାର୍ଗରେ ଥିବା ଇଣ୍ଡିଅ।ନ୍‍ ଓଭରସିଜ୍‍ ବ୍ୟାଙ୍କରୁ ଆଜି ଏକ ବଡ଼ ଧରଣର ଡକାୟତି ହୋଇଛି। ଡକାୟତମାନେ ପ୍ରାୟ ୪୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ସକାଳ ୧୦ଟାରେ ବ୍ୟାଙ୍କ ଖୋଲିବା ମାତ୍ରେ ପ୍ରାୟ ୭ ରୁ ୮ ଜଣ ବ୍ୟକ୍ତି ପିସ୍ତଲ୍‍ ଓ ଷ୍ଟେନ୍‍ଗନ୍‍ ଧରି ବ୍ୟାଙ୍କ ଭିତରେ ପଶିଥିଲେ। ସେତେବେଳେ ସେଠାରେ ଅଳ୍ପ କିଛି ଗ୍ରାହକ ଥିଲେ। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରାଇ ଡକାୟତମାନେ ବ୍ୟାଙ୍କ ଲକରରୁ ଟଙ୍କା ଲୁଟି ନେଇଥିଲେ।
ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ, ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି କବିତା ଜାଲାନ୍‍ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply