ବ୍ୟାଙ୍କ ସଟର ତାଡି ଲୁଟ ଅଭିଯୋଗ

0

ବାଲେଶ୍ବର : ଦୁର୍ବୃତ୍ତମାନେ ବ୍ୟାଙ୍କ ସଟର ତାଡି ଲୁଟ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ବାଲେଶ୍ବର ସଦର ବ୍ଲକ ପରିଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ଏହି ଡକାୟତି ହୋଇଛି। ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ସଟର ତାଡି ଦେଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହାସହ ବ୍ୟାଙ୍କ ନିକଟରେ ଥିବା ଏକ ରଡ ଓ ସିମେଣ୍ଟ ଦୋକାନରୁ ମଧ୍ୟ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।

Leave A Reply