ନୂଆଁପାଲି ଯୁବକ ସଂଘ ପକ୍ଷରୁ ସ୍ବଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ଏନ୍ଏସି ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆଁପାଲି ଗ୍ରାମରେ ଯୁବକ ସଂଘ ପକ୍ଷରୁ ରବିବାର ସ୍ବଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବକ ମାନେ ଗ୍ରାମ୍ୟରାସ୍ତା ଓ ସ୍କୁଲ ପରିସରର ଅଳିଆ ଆବର୍ଜ୍ଜନାକୁ ସଫାକରିଥିଲେ। ପରେ ଗାଁ ମୁଣ୍ଡରୁ ପାହାଡ ଶିଖରକୁ ଯାଇଥିବା ମାଁ ଘଣ୍ଟାସିନୀ ପିଠ ରାସ୍ତା କଡ଼ରେ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ  ଯୁବକ ସଂଘର ସଭାପତି ଦୀପକ୍ ବେହେରାଙ୍କ ନେତୃତ୍ବରେ ସମ୍ପାଦକ ଉପେନ୍ଦ୍ର ଭୁଏ, କୋଷାଧ୍ୟକ୍ଷ ତାପସ ନାୟକ, ଉପସଭାପତି ସୋମନାଥ ଭୁଏ, ସହ ସମ୍ପାଦକ ପ୍ରଦୀପ ଖଣ୍ଡାୟତ, ସଂଘ ଉପଦେଷ୍ଟା ମୁକେଶ ବଗର୍ତ୍ତୀ,ସୁଧିର ଭୁଏଙ୍କ ସମେତ  ୫୦ରୁ ଉର୍ଦ୍ଧ୍ବ  କର୍ମକର୍ତ୍ତା ସାମିଲ ହୋଇଥିଲେ ।

 

Comments are closed.