୪ ଦିନିଆ ନେପାଳ ଗସ୍ତରେ ବାଂଲାଦେଶ ରାଷ୍ଟ୍ରପତି ହମୀଦ

ନୂଆଦିଲ୍ଲୀ:ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ହବଦୁଲ ହମୀଦ ଏବଂ ଏକ ଚାରିଦିନିଆ ନେପାଳ ଗସ୍ତରେ ଯାଇ କାଠମାଣ୍ଡୁରେ ପହଞ୍ଚିଛନ୍ତି। ଗସ୍ତର ପ୍ରଥମ ଦିନରେ ନେପାଳର ବିଦେଶମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୟାଲୀ ଗତ ସନ୍ଧ୍ୟାରେ କାଠମାଣ୍ଡୁରେ ତାଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ଜଳପଥ, ଶିକ୍ଷା, ଗମନାଗମନ ଓ କୃଷି ଆଦି ବିଷୟ ଉପରେ ଆଲୋଚନା ହୋଇଛି। ଉଭୟ ନେତା ଜଳବାୟୁ ପରିବର୍ତ୍ତନ ସମେତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସହଯୋଗ ଉପରେ ମତ ବିନିମୟ କରିଥିଲେ। ବାଂଲାଦେଶ ରାଷ୍ଟ୍ରପତି ପ୍ରସିଦ୍ଧ ଭକ୍ତପୁର ଦରବାର ପରିଦର୍ଶନ କରିବା ସହ ସେଠାକାର ଐତିହାସିକ ଏବଂ ସାଂସ୍କୃତିକ ବୈଭବ ବୁଲି ଦେଖିଛନ୍ତି।

ରାଷ୍ଟ୍ରପତି ହମିଦ ତାଙ୍କ ନେପାଳୀ ପ୍ରତିପକ୍ଷ ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ନେପାଳ ରାଷ୍ଟ୍ରପତି ତାଙ୍କ ଉଦ୍ଦେଶ୍ୟରେ ଏକ ଭୋଜିର ମଧ୍ୟ ଆୟୋଜନ କରିଛନ୍ତି। ଉପରାଷ୍ଟ୍ରପତି ନନ୍ଦ ବାହାଦୂର ପୁନ୍‍, ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏବଂ ନେସନାଲ ଅସେମ୍ଲି ଅଧ୍ୟକ୍ଷ ଗଣେଶ ପ୍ରସାଦ ତିମିଲସେନ ମଦ୍ୟ ବାଂଲାଦେଶ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ହମୀଦ ମଧ୍ୟ ପୋଖରା ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି।

Comments are closed.