ସ୍ତ୍ରୀକୁ ଆକ୍ରମଣ ଘଟଣା ; ସ୍ୱାମୀ ଗିରଫ

0

ଦ୍ୱାରଶୁଣି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିଶ୍ଚିତ ପଞ୍ଚାୟତର ସିରାସାହି ଗ୍ରାମରେ ଗତ ୨୨ ତାରିଖରେ ହୋଇଥିବା ହତ୍ୟାକାଣ୍ଡରେ ଅଭିଯୁକ୍ତ ଗିରଫ ହୋଇଛି। ସୂଚନାଯୋଗ୍ୟ ଯେ ସ୍ତ୍ରୀର ଅନ୍ୟସହ ସମ୍ପର୍କକୁ ସନ୍ଦେହ କରି ସ୍ୱାମୀ ଲାଲମୋହନ ସ୍ତ୍ରୀ ସଲାମା ପେଟରେ ଛୁରି ଭୂଷି ଫେରାର ହୋଇଯାଇଥିଲା। ସ୍ୱାମୀ ଲାଲମୋହନ ମୁର୍ମୁ ଘରେ ନଥିବା ସମୟରେ ଦ୍ୱାରଶୁଣୀ ମେଳା ଦେଖିବା ପାଇଁ ବେତନଟୀ ଥାନା ପଚାଖାଳି କଦମଶୋଳ ନିଜ ଶଶୁର ଘରକୁ ଯାଇଥିଲେ। ସେଠାରେ ସଲମା ଜଣେ ଦିଅରଙ୍କ ସହିତ ଫଟୋ ଉଠାଇଥିଲା। ଏହି ଫଟୋ ଦେଖି ଲାଲମୋହନ ଓ ସଲାମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତି ବଢିଥିବାରୁ ଲାଲମୋହନ ସ୍ତ୍ରୀ ସଲାମା ମଣି ମୁର୍ମୁ ପେଟରେ ଛୁରୀ ଭୂଷି ଦେଇଥିଲା। ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ବାଙ୍ଗିରିପୋଷି ଥାନାରେ ୦୭ରେ ମାମଲା ରୁଜୁ ହୋଇଥିଲା। ପୁଲିସ ଲାଲମୋହନକୁ ଖୋଜୁଥିଲା। ଖବର ପାଇ ରାସଗୋବିନ୍ଦ ଥାନା ଦ୍ୱାରଶୁଣି ଗ୍ରାମରେ ବାଙ୍ଗିରିପୋଷି ପୋଲିସ ମଧ୍ୟରାତ୍ରିରେ ଚଢ଼ାଉ କରି ନିଜ ମାଉସି ଘରୁ ଲାଲମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Leave A Reply