ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ : ବଣାଇ କାରାଗାରରୁ ମୁକ୍ତି ପାଇଲେ କଏଦି

0

ବଣେଇ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ବିଭିନ୍ନ ଜେଲରେ ବନ୍ଦୀ ଥିବା କଏଦି ମାନଙ୍କ ମଧ୍ୟରୁ କେତେକ ବର୍ଗର ବନ୍ଦୀ କଏଦିଙ୍କୁ ମୁକ୍ତି କରିବାପାଇଁ କେନ୍ଦ୍ର ସରକାର ନିକଟରେ କ୍ୟାବିନେଟ ବୈଠକରେ ନିଷ୍ପତି ନେଇଥିଲେ। ଉକ୍ତ ଦିନ ବନ୍ଦୀମାନଙ୍କୁ ମୁକ୍ତି ଦିଆଗଲେ ଏହା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବବୋଲି କେନ୍ଧ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ସେହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ ଯାପନ କରୁଥିବା ସମୁଦାୟ ୧୭ଜଣ କଏଦିଙ୍କୁ ମୁକ୍ତି କରିବାପାଇଁ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାରଙ୍କ ସେହି ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ବଣାଇ କାରାଗାରରେ ଥିବା କଏଦି ଦୁର୍ଯ୍ୟୋଧନ ପାତ୍ର(୩୯)ଙ୍କୁ ମୁକ୍ତି ଦେବାକୁ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ.ସନ୍ତୋଷ ବାଲା କାରାଗାର ଏଡିଜିଙ୍କୁ ଅବଗତ କରିଥିଲେ। କଏଦି ଶ୍ରୀ ପାତ୍ର ବଣେଇ ଥାନା ଅନ୍ତର୍ଗତ କନ୍ତସରା ଗ୍ରାମର ଲାଲମୋହନ ପାତ୍ରଙ୍କ ପୁତ୍ର। ସେ ୩୪୧,୩୨୩,୩୨.୨୯୪ ଓ ୫୦୬ ଆଇପିସି ଅନୁଯାୟୀ ଜେଲରେ ଦୁଇବର୍ଷ ପାଇଁ ସଜା କାଟୁଥିଲେ। ସେ ଗତ ତା ୨୩/୧୨/୨୦୧୭ ଠାରୁ ୨୮/୦୪/୨୦୧୮ ପର୍ଯ୍ୟନ୍ତ ସଜା କାଟିବାର ଥିବାବେଳେ ଦିର୍ଘ ଦେଢ ବର୍ଷ ସଜା କାଟି ଶୁକ୍ରବାର ଜେଲରୁ ମୁକ୍ତି ପାଇଥିବା ଜଣାପଡିଛି। ଏହକୁ ନେଇ ଶୁକ୍ରବାର ଜେଲ ପରିସରରେ ଆନନ୍ଦର ଲହରୀ ଖେଳିଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜେଲର ବୀରେନ୍ଦ୍ର ମାହଲି, ସହକାରୀ ଜେଲର ଦିଲିପ କୁମାର ବେହେରା ଉପସ୍ଥିତ ରହି କଏଦି ଶ୍ରୀ ପାତ୍ରଙ୍କୁ ଜେଲ ପରିସରରୁ ମୁକ୍ତି ଦେବାସହ ତାଙ୍କୁ ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରିଥିଲେ।

Leave A Reply