ହାତୀ ଆତଙ୍କ, ଗାଁରେ ପଶି ଭାଙ୍ଗିଲେ ୮ଟି ଘର

0

ବଣେଇ: ରାଉରକେଲା ବନଖଣ୍ଡ କ.ବଲାଙ୍ଗ ସେକସନ କୋଇଡ଼ା ବ୍ଲ ର ବାଙ୍କୋ ଗ୍ରାମରେ ରବିବାର  ରାତିରେ ୧୫ ଟି ହାତୀ ଆକ୍ରମଣ କରି ୮ ଟି ପରିବାରର ଘରକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । କ୍ଷତିଗ୍ରସ୍ତ ପରିବାରର ୪୦ ଜଣ ସଦସ୍ୟ ବାଙ୍କୋ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । କ୍ଷତିଗ୍ରସ୍ତ ମାନେ ହେଲେ ମଥୁରାମ ମୁଣ୍ଡା, ଶୁକଲାଲ ମୁଣ୍ଡା, ସୁନୀଲ ମୁଣ୍ଡା,ଇନ୍ଦ୍ର ମୁଣ୍ଡା,ଶାଶୁ ମୁଣ୍ଡା, ମାଙ୍ଗରା ମୁଣ୍ଡା, ଜାନୁ ମୁଣ୍ଡା ଓ ଇନ୍ଦ୍ର ମୁଣ୍ଡା । କୋଇଡ଼ା ବି.ଡି.ଓ   ଙ୍କ ତରଫରୁ ପଲିଥିନ ଦିଆଯାଇଛି। ହାତୀ ଆକ୍ରମଣରେ ୮ଟି ପରିବାରର ସମସ୍ତ ଧାନ, ଚାଉଳ,ଗୃହ ଉପକରଣ ନଷ୍ଟ ହୋଇ ଯାଇଛି । ସମସ୍ତଙ୍କୁ ଘର ସହିତ କ୍ଷତି ପୂରଣ ଦେବା ପାଇଁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି  ।ଜାମୁଡିହି ଓ କ.ବଲାଙ୍ଗ ଜଙ୍ଗଲ ବିଭାଗ କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି। ମଙ୍ଗଳବାରେ ସମସ୍ତ ହାତୀ ବାକରତୋଳା ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।

Leave A Reply