ଗ୍ୟାରେଜରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବଣେଇ : ସୁନ୍ଦରଗଡ଼ ଜିଲା ବଣେଇ ଅନ୍ତର୍ଗତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଗ୍ୟାରେଜରେ ନିଆଁ ଲାଗି ଗ୍ୟାରେଜରେଥିବା ଲକ୍ଷାଧିକ ଟଙ୍କାର ସ୍ପେୟାର ପାର୍ଟ ଜଳି ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ , ବଣେଇ ସହର ସ୍ଥିତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ବଣାଇର ନଓ୍ବାଜ ନାମକ ଜଣେ ବାଇକ ମିସ୍ତ୍ରୀ ଏକ ଗ୍ୟାରେଜ କରିଥିଲେ । ସେ ସବୁଦିନ ପରି ବୁଧବାର ରାତିରେ କାମ ସାରି ଗ୍ୟାରେଜ ବନ୍ଦକରି ଘରକୁ ଯାଇଥିଲେ । ସକାଳୁ ଧୂଆଁ ବାହାରୁଥିବା ତାଙ୍କ ଗ୍ୟାରେଜରେ କାମ କରୁଥିବା ହେଲପର ଦେଖିଥିଲେ  । ଏହାପରେ ସେ ମାଲିକଙ୍କୁ ଖବର ଦେବାପରେ ଦମକଳ କେନ୍ଦ୍ରକୁ ଜଣାଇଥିଲେ ।  ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଗ୍ୟାରେଜରେ ଥିବା ସମସ୍ତ ସାମାଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ପୋଡ଼ି ଯାଇଥିବା ସାମଗ୍ରୀର ଆନୁମାନିକ ମୁଲ୍ୟ ପ୍ରାୟ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି  ଗ୍ୟାରେଜ ମାଲିକ କହିଛନ୍ତି ।

Comments are closed.