କଦଳୀ ପଣା

0

ଓଡିଶାରେ ପୂଜା ପର୍ବରେ କଦଳୀ ପଣା ପ୍ରସ୍ତୁତ କରାଯାଇଥାଏ । ଏବେ ଆଧୁନିକ ଯୁଗରେ ବାନାନା ସେକ୍‌ ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ବେଳେ କାହିଁ କେତେ କାଳରୁ ଓଡିଶାରେ କଦଳୀ ପଣାର ବ୍ୟବହାର ହୋଇ ଆସୁଅଛି । କଦଳୀ ପଣା ଶକ୍ତି ଦାୟକ।  ଆଗରୁ ଉପବାସ ଦିନମାନଙ୍କରେ ଏହାର ବହୁଳ ବ୍ୟବହାର ହେଉଥିଲା । ଏହାକୁ ତିଆରି କରିବା ଅତି ସହଜ ।

କଦଳୀ ପଣା ପାଇଁ ଆବଶ୍ୟକୀୟ ସାମଗ୍ରୀ

ପାଚିଲା କଦଳୀ, କୋରା ନଡିଆ, ଗୋଲମରିଚ ଗୁଣ୍ଡ, ଚିନି କିମ୍ବା ଗୁଡ ଓ କ୍ଷୀର। ଅଳ୍ପ ଗୁଜୁରାତି ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଦଳୀକୁ ଭଲକରି ଚକଟି ଦିଅନ୍ତୁ ।ଏଥିରେ ଆବଶ୍ୟକ ଅନୁସାରେ ପାଣି ଓ କ୍ଷୀର ମିଶାନ୍ତୁ । ଚିନି ମିଶାଇ ଗୋଳାଇବା ପରେ ନଡିଆ କୋରା ମିଶାନ୍ତୁ । ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ ପରେ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାଇ ପରଷି ପାରିବେ ।

Leave A Reply