ଉଜ୍ୱଳ ରୂପ ପାଇଁ କଦଳୀକୁ ଏହିପରି ବ୍ୟବହାର କରନ୍ତୁ

0

କୋମଳ ଓ ଉଜ୍ୱଳ ରୂପ ପ୍ରତ୍ୟେକ ଝିଅଙ୍କ ଆଶା ହୋଇଥାଏ। ଏଥିପାଇଁ ଆପଣ ବଜାରରେ ମିଳୁଥିବା ବହୁ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ହେଲେ କିଛି ଘରୋଇ ଚିକିତ୍ସା ରହିଛି ଯାହାକୁ ଆପଣେଇବା ଦ୍ୱାରା ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ଆପଣ ଚମକୁଥିବା ଚେହେରା ପାଇପାରିବେ। ଘରେ ଉପଲବ୍ଧ କଦଳୀ ମୁହଁ ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ ଥିବା ଭିଟାମିନ୍‍ ବି-୬ ଓ ଭିଟାମିନ୍‍-ସି ଆମ ମୁହଁକୁ ସର୍ବଦା ତରୁଣ ଓ ସୁନ୍ଦର ରଖିବାରେ ସାହାଯ୍ୟ କରେ। ତେବେ ଚାଲନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବେ –
କଦଳୀ ମାସ୍କ ତିଆରି କରିବା ପାଇଁ ଗୋଟିଏ ପାଚିଲା କଦଳୀ, ଚାରି ଚାମଚ କ୍ଷୀର, ଦୁଇ ଚାମଚ ମହୁ ଓ ଗୋଟିଏ ଚାମଚ ଲେମ୍ବୁରସ ଆବଶ୍ୟକ।
ପ୍ରଥମେ ଏକ ପାତ୍ରରେ ଏହି ସବୁକୁ ଏକାଠି କରନ୍ତୁ। ତା’ପରେ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ବ୍ରଶ୍‍ ଦ୍ୱାରା ମୁହଁରେ ଲଗାନ୍ତୁ। ଲଗାଇବାର ୧୫ ରୁ ୨୦ ମିନିଟ୍‍ ପରେ ଥଣ୍ଡା ପାଣିରେ ମୁହଁକୁୁ ଧୋଇଦିଅନ୍ତୁ। ଏହି ପ୍ୟାକ୍‍କୁ ସପ୍ତାହରେ ୩ ଥର ଲଗାଇବା ଆବଶ୍ୟକ।

Leave A Reply