ଓଲଟିଲା ପିକନିକ ବସ୍‍ ; ପ୍ରଧାନ ଶିକ୍ଷୟିତ୍ରୀ ସମେତ ୧୦ ଆହତ

0

ବଣାଇଁ : ବଣାଇଁ ଉପଖଣ୍ଡ ଟିକାୟତ ପାଲି ଥାନା ଅନ୍ତର୍ଗତ କୁଲକୁତା ଘାଟି ନିକଟରେ ଏକ ପିକନିକ ବସ ଦୁର୍ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ସମେତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଶନିବାର ବିଲମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟି ଥିବା ବେଳେ ଦେବଗଡ ଜିଲ୍ଲାର ଲଇମୁରା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କର୍ମଚାରୀ ସହିତ ପରିବାର ସଦସ୍ୟ ପୁରୀ ପିକନିକ ଯିବା ପାଇଁ ବିଷ୍ନୁ ଦେବ ନାମକ ଏକ ଘରୋଇ ବସରେ ଯାଉଥିଲେ। ବଣାଇଁ ଉପଖଣ୍ଡର ଟିକାୟତ ପାଲି ଥାନା ଅନ୍ତର୍ଗତ କୁଲକୁତା ଘାଟି ଠାରେ ଭାରସାମ୍ୟ ହରାଇ ବସଟି ଘାଟି ତଳକୁ ଖସି ପଡିଥିଲା। ଫଳରେ ବସ ଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସମେତ ୧୦ ଜଣ ଆହତ ହୋଇଛନ୍ତି। ଆହାତ ମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ସେବା ଯୋଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। କିଛିଜଣଙ୍କ ଅବସ୍ଥା ସଂକଣ୍ଟାପର୍ଣ୍ଣ ଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଅନ୍ୟ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗ୍ରାମକୁ ପାଇଥିଲେ। ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ କହିବା ଅନୁସାରେ ବସଟି ବ୍ରେକ୍‍ ଫେଲ୍ ହୋଇଥିବାରୁ ବସଟି ଘାଟି ତଳକୁ ଖସି ଯାଇଥିଲା। ଖବର ପାଇ ଟିକାୟତ ପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି ।

Leave A Reply